ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ,ଆତ୍ମହତ୍ୟା ସନ୍ଦେହ?

ବୌଦ୍ଧ: ଟ୍ରେନ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ସମ୍ନାକୁ ଆସିଛି। ମିଳିଥିବା ଖବର ଅନୁସାରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ଥପାପଳି ନିକଟରେ ଜଣ ଯୁବକଙ୍କ ମୃତ ଦେହ ଟ୍ରେନ୍ ଧକ୍କାରେ ଖଣ୍ଡ ବିଖଣ୍ଡିତ ହୋଇ ରେଳ ଲାଇନ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ତାହା ଦୁର୍ଘଟଣା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଖବର ପାଇ ବାଉଁଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଦନ୍ତାପାଳି ଗ୍ରାମର ଲିଙ୍ଗରାଜ ନାଏକ ବୋଲି ଜଣାପଡ଼ିଛି ।
Previous Post Next Post