ବୌଦ୍ଧ–କିଆକଟା ସଂଯୋଗକାରୀ ପୋଲ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି। ପୋଲ ରାସ୍ତା କଡରେ କୁଢ଼ କୁଢ଼ ବାଲି ଓ ଧୂଳି ଜମି ରହିଥିବାରୁ ଦୁଇଚକିଆ ଯାନ ଚାଳକ ଏବଂ ସାଇକେଲ ଆରୋହୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ଧନଜୀବନ କ୍ଷତି ହେବାର ଆଶଙ୍କା ବଢ଼ି ଚାଲିଛି।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ରାସ୍ତା ପରିଷ୍କାର ନହେବା ଏବଂ ଯଥାପ୍ରକାର ରକ୍ଷାଣାବେକ୍ଷଣ ନ ହେବାରୁ ଏହି ସମସ୍ୟା ଗୁରୁତର ରୂପ ନେଇଛି। ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟି ଆଇନ ଶୃଙ୍ଖଳା ପରିସ୍ଥିତି ବିଗଡ଼ିଯିବାର ସମ୍ଭାବନା ରହିଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁଦ୍ଧିଜୀବୀ ମହଳ ଓ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନଙ୍କୁ ତୁରନ୍ତ ଉଚିତ ପଦକ୍ଷେପ ନେବା ସହ ପୋଲ ରାସ୍ତାରୁ ବାଲି ଓ ଧୂଳି ସଫା କରି ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
