ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି। ଏହି ଆର୍ଥିକ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ମାଧ୍ୟମରେ କହିଛନ୍ତି ଯେ, ବିଶ୍ୱସ୍ତରରେ ଅନିଶ୍ଚିତତା, ତୈଳ ଦରରେ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳରେ ବାଧା ଭଳି ଚ୍ୟାଲେଞ୍ଜ ମଧ୍ୟରେ ଭାରତ ୭.୮% ଜିଡିପି ଅଭିବୃଦ୍ଧି ହାସଲ କରିଛି। ଏହି ଫଳାଫଳକୁ ସେ ଦେଶର ଅର୍ଥନୈତିକ ଶକ୍ତି ଓ ଲୋକଙ୍କ ସାମୂହିକ ପ୍ରୟାସର ପ୍ରତିଫଳନ ବୋଲି ଉଲ୍ଲେଖ କରିଛନ୍ତି।
Tags
National
