ଭୁବନେଶ୍ୱର: ସଂଗଠନକୁ ଆହୁରି ସକ୍ରିୟ ଓ ମଜବୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ନୂଆ ନିଯୁକ୍ତି କରାଯାଇଛି। ବିଜୁ ଛାତ୍ର, ବିଜୁ ଯୁବ ଓ ବିଜୁ ମହିଳା ଜନତା ଦଳର ବିଭିନ୍ନ ଜିଲ୍ଲା ସଂଗଠନ ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା ହୋଇଛି। ଦଳ ପକ୍ଷରୁ ଜାରି ତାଲିକାରେ ବିଭିନ୍ନ ଜିଲ୍ଲାର ଯୁବ, ଛାତ୍ର ଓ ମହିଳା ସଂଗଠନର ଦାୟିତ୍ୱ ନୂଆ ନେତାଙ୍କୁ ଦିଆଯାଇଛି। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି, ମହିଳା ଜନତା ଦଳର ବିଭିନ୍ନ ଜିଲ୍ଲା ସଂଗଠନରେ ମଧ୍ୟ ନୂଆ ଦାୟିତ୍ୱ ବଣ୍ଟନ କରାଯାଇଛି। ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ଆଗାମୀ ଦିନରେ କାର୍ଯ୍ୟକର୍ତ୍ତାଙ୍କୁ ଅଧିକ ସକ୍ରିୟ କରିବା ଏହି ପୁନର୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।
Tags
Politics
