ବୌଦ୍ଧ: ସଦର ବ୍ଲକ ବିଜେପି ବହିରା ମଣ୍ଡଳ ଅର୍ନ୍ତଗତ ବହିରା ଗ୍ରାମ ପଞ୍ଚାୟତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 4 ପୁରୁଣାବହିରା ଗୋଷ୍ଠି ମଣ୍ଡପ ଠାରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର 135 ତମ ମନ୍ କି ବାତ ଓ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ଉପସଭାପତି ତଥା ମନ୍ କୀ ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘ ନିଜ ବୁଥରେ ତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଶ୍ରୀ ବାଘ ସରକାରଙ୍କ ବିଭିନ୍ନ ଜନହିତକର କାମ ଓ ସଂଗଠନ ଉପରେ ଆଲୋଚନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ଭାବରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପୁରୋହିତ, ବିଏଲଏ ଶମ୍ଭୁ ପ୍ରସାଦ ଗାଈଗୌରିଆ ମଞ୍ଚାସୀନ ଥିଲେ l ମାନ୍ୟବର ବିଧାୟକ ଶିକ୍ଷାବିତ ଗଣ୍ଡାରାମ ସାହୁଙ୍କୁ ମୋଦି ସରକାର ଓ ମୋହନ ସରକାରଙ୍କ ଦୁଇ ଗୋଟି ପୁସ୍ତକ ଦେଇ ସମ୍ମାନିତ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଶ୍ୟାମ ପଧାନ, ମୋହନ ବାରିକ, ପ୍ରମୋଦ ବାରିକ, ଗୋପୀନାଥ ମେହେର, ସୁଦାମ ଉର୍ମା, ସୁରଥ ସାହୁ, ଦିନେଶ ସାହୁ, ପଦ୍ମନାଭ ଗାଈଗୌରିଆ, ଟୁକୁନା ବାଘ, ପୂର୍ଣ୍ଣଚନ୍ଦ୍ର ସାହୁ, ସଦାନନ୍ଦ ବାରିକ, ଲକ୍ଷ୍ମୀଧର ଝାଙ୍କର, ରାଜେଶ ଗାଈଗୌରିଆ, ସାହେବ ସାହୁ, ପିକୁନ ସାହୁ, ଚକ୍ରଧର ଝାଙ୍କର, ଅଜିତ ମହାଲିକ ସହିତ ମାତୃଶକ୍ତି ଯୁବଶକ୍ତି ଶତାଧିକ ଜନସାଧାରଣ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସିଧାପ୍ରାସାରଣ ଦେଖିଥିଲେ। ଶେଷରେ ଶିକ୍ଷାବିତ ଗଣ୍ଡାରାମ ସାହୁ ଧନ୍ୟବାଦ ଦେଇଥିଲେ l
Tags
Odisha