ବୋୖଦ୍ଧ: ବୋୖଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ରେ ବରଯାତ୍ରୀ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ବୁଲାଣି ରେ ଘାଟି ତଳକୁ ଖସିଲା ବସ । ଜଣେ ମୃତ ,୧୦ ରୁ ଉର୍ଦ୍ଧ ବରଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଅନେକ ଯାତ୍ରୀ ସାମାନ୍ୟ ଆହତ । ମୃତକ ଙ୍କ ପରିଚୟ ମିଳିପାରିନାହିଁ । ଆହତ ଓ ଗୁରୁତର ଙ୍କୁ ଅଗ୍ନିଶମ ବିଭାଗ ସାହାଯ୍ୟ ରେ ପୁରୁଣାକଟକ ହସ୍ପିଟାଲ ରେ ଭର୍ତ୍ତି । ବସ ରେ ପ୍ରାୟ ୫୦ଜଣ ବରଯାତ୍ରୀ ରହିଥିବା ବେଳେ କାହ୍ନା ନାମକ ଘରୋଇ ବସ ଟି ଫୁଲବାଣୀ ରୁ ବୋୖଦ୍ଧ ଆସୁଥିଲା । ସୂଚନାମୁତାବକ ବୋୖଦ୍ଧ ଜିଲ୍ଲା ପୁରୁଣାକଟକ ରୁ ବରଯାତ୍ରୀ ନେଇ ବସ ଟି କନ୍ଧମାଳ ଜିଲ୍ଲା ଦଡ଼କି କୁ ଯାଇଥିଲେ । ବିବାହ ଭୋଜି ଖାଇ ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା l
Tags
Odisha
