ଟ୍ରେନିଂ ଶେଷ ପରେ ୯ ଜଣ ଯୁବ IAS ଅଧିକାରୀଙ୍କୁ ମିଳିଲା ଉପଜିଲ୍ଲାପାଳ ଦାୟିତ୍ୱ


ଭୁବନେଶ୍ୱର: ଟ୍ରେନିଂ ସମାପ୍ତ ହେବା ପରେ ୯ ଜଣ ଯୁବ IAS ଅଧିକାରୀଙ୍କୁ ରାଜ୍ୟ ସରକାର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଅନିମେଶ ପ୍ରଧାନଙ୍କୁ ଆଠଗଡ଼ର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେରରେ ନିଯୁକ୍ତ କରାଯାଇଛି। ସେହିପରି କସ୍ତୁରୀ ଶାହାଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ ଫାବି ରଶିଦଙ୍କୁ କୋରାପୁଟ, ମୃଣାଳିକା ରାଠୋଡଙ୍କୁ ରାୟଗଡ଼ା, ସୁଭଦ୍ରା ପଣ୍ଡାଙ୍କୁ ଯାଜପୁର ଏବଂ ପୱନ କୁମାରଙ୍କୁ ଟିଟିଲାଗଡ଼ରେ ଦାୟିତ୍ୱ ଦିଆଯାଇଛି। ଭଗତ ସାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

Previous Post Next Post