ଛତରଙ୍ଗ କ୍ଲଷ୍ଟରରେ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା।

ବୌଦ୍ଧ: ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ଛତରଙ୍ଗ କ୍ଲଷ୍ଟର ପକ୍ଷରୁ ବଡ଼ଗୁଣ୍ଡୁରିସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।
ବରିଷ୍ଠ ଶିକ୍ଷକ ବେଦବର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ L-III ଓ L-IV ପଦବୀକୁ ପଦୋନ୍ନତି ପାଇଥିବା ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଶିକ୍ଷକମାନେ ନିଜ ଅନୁଭୂତି ବାଣ୍ଟିଥିବା ବେଳେ ଛତରଙ୍ଗ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶେଷରେ ଶିକ୍ଷକ ରାଜକିଶୋର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Previous Post Next Post