ବୌଦ୍ଧ: ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣିବାହାଲ ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ୨୦୨୬ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ ଶ୍ରୀଯୁକ୍ତ ଚୂଡ଼ାମଣି ବାରିକ - ମୁଖ୍ୟଅତିଥି, ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଗବାଯୋର୍ ର ହିଦୀ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ମୁଖ୍ୟ ବକ୍ତା, ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣିବାହାଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତୃପ୍ତି ରଞ୍ଜନ ଦାନୀ ସମ୍ମାନିତ ଅତିଥି , ଜିଲ୍ଳା ହିନ୍ଦୀ ସଂଘ ର ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ଵାରା ଏକ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ରାଷ୍ଟ୍ର ଭାଷା ହିନ୍ଦୀ ର ପ୍ରଚାର ପ୍ରସାର ତଥା ହିନ୍ଦୀ ସାହିତ୍ୟ ର ବ୍ୟାପକତା ସମ୍ବନ୍ଧରେ ଆଲୋଚନା କରି ଏହାର ଉପାଦେୟତା ଓ ସାରା ଦେଶରେ ଯୋଗାଯୋଗ ର ପ୍ରମୁଖ ମାଧ୍ୟମ ସାଜିଥିବା ହିନ୍ଦୀ ସାହିତ୍ୟ ର ଉତ୍କର୍ଷତା ବିଷୟରେ ଉପସ୍ଥିତ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ। ଶ୍ରୀଯୁକ୍ତ ନାରାୟଣ ମେହେର ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ର ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ, ଶିକ୍ଷୟିତ୍ରୀ ଭାଗ ନେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ନାରାୟଣ ସେଠୀ - ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳ ଓ ଶ୍ରୀ ଫକୀର ବିଶ୍ୱାଳ- ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଦପଲା ର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଳା ରେ ବିଗତ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ୩ ଜଣ କୃତୀ ବିଦ୍ୟାର୍ଥୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ ପାଇଁ ହିନ୍ଦୀ ଶିକ୍ଷକ ବିଭୂତି ଭୂଷଣ ମହାକୁଡ଼, ବିପ୍ଳବ ଗାଇଗୌରିଆ, ଅଧମ ଭୁଏ, ମଞ୍ଜିତ୍ ମୋହନ ଚାନ୍ଦ୍ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ମନମୋହନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।
Tags
Odisha
