ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି। ବିକ୍ରମ ପଣ୍ଡା ଜେଲରୁ ମୁକୁଳିବା ଖବର ପାଇବା ପରେ ବହୁ ସଂଖ୍ୟାରେ ବିଜେଡି ନେତା, କର୍ମୀ ଓ ସମର୍ଥକ ଜେଲ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେଠାରେ ଦଳୀୟ କର୍ମୀମାନେ ତାଙ୍କୁ ଫୁଲମାଳ ଓ ବିଭିନ୍ନ ନାରା ଦେଇ ଉତ୍ସାହର ସହ ସ୍ୱାଗତ କରିଥିଲେ। ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏକ ବଡ଼ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା। ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ବ୍ରହ୍ମପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
Tags
Odisha
